Friday, 28 April 2023

ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ନିଯୁକ୍ତି ପ୍ରଶିକ୍ଷଣ ନେଉଥିବା ୩୧ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କ ସାକ୍ଷାତ ।

ଭୁବନେଶ୍ୱର ତା-27.04.2023 ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଓଡିଶା ପ୍ରଶାସନିକ ସେବା ବର୍ଗରେ ନିୟମିତ ନିଯୁକ୍ତି-୨୦୧୯ ବ୍ୟାଚ୍ ର ୩୧ ଜଣ ପ୍ରୋବେସନରମାନେ ବୁଧବାର ରାଜଭବନଠାରେ ମାନ୍ୟବର ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଥିଲେ । ଏକାଡେମୀର ଅତିରିକ୍ତ କମିଶନର ଡଃ. ହିମାଂଶୁ ଭୂଷଣ ପଣ୍ଡାଙ୍କ ନେତୃତ୍ୱରେ ଏହି ଟିମ୍ ମାନ୍ୟବର ରାଜ୍ୟପାଳଙ୍କୁ ସାକ୍ଷାତ କରିଥିବା ବେଳେ ଏହି ଅବସରରେ ଅଧିକାରୀ ପ୍ରଶିକ୍ଷାର୍ଥୀମାନେ ଆତ୍ମ ପରିଚୟ ପ୍ରଦାନ କରିଥିଲେ । ରାଜ୍ୟର ଦୈନନ୍ଦିନ ପ୍ରଶାସନ ସହିତ ଗଭୀର ଭାବରେ ଜଡ଼ିତ ହେଉଥିବା ରାଜ୍ୟ ପ୍ରଶାସନିକ ସେବାର ଏକ ଅଂଶ ହୋଇଥିବା ଏହି ଅଧିକାରୀମାନଙ୍କୁ ମାନ୍ୟବର ରାଜ୍ୟପାଳ ଅଭିନନ୍ଦନ ଜଣାଇଥିଲେ । ସଚ୍ଚୋଟତା, ନିଷ୍ଠା ଓ ଆନ୍ତରିକତା ଜନସେବାର ମୁଖ୍ୟ ମନ୍ତ୍ର, ଯାହାକୁ ଅଧିକାରୀମାନେ ସର୍ବଦା ଆପଣାଇବା ଉଚିତ ବୋଲି ସେ କହିଥିଲେ। ଏକ ଉନ୍ନତ ରାଷ୍ଟ୍ର ଗଠନ ନିମନ୍ତେ ଜନସାଧାରଣଙ୍କ ପାଇଁ ପ୍ରତିବଦ୍ଧ ରହି କାର୍ଯ୍ୟ କରିବାକୁ ମାନ୍ୟବର ରାଜ୍ୟପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଆଲୋଚନା ପରେ ମାନ୍ୟବର ରାଜ୍ୟପାଳଙ୍କୁ ଏକ ସ୍ମୃତି ଚିହ୍ନ ପ୍ରଦାନ କରାଯାଇଥିଲା । ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏବଂ ରାଜ୍ୟପାଳଙ୍କ ସଚିବାଳୟର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଡ. ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ର୍ପଣ କରିଥିଲେ ।

No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...