Sunday, 9 April 2023

ବିଧାନ, ପାପ କୁ ସ୍ବୀକାର କର

ଇଶ୍ୱର ଙ୍କ ବିଧାନ, ପାପ କୁ ସ୍ବୀକାର କର --------------------------------------- ଭୁବନେଶ୍ବର ତା ୧୦-୪: ବାଇବେଲ ର ମହାନ୍ ଶିକ୍ଷା ହେଲା ,ମନ ପରିବର୍ତ୍ତନ କରିବା ବୋଲି ଥିଙ୍କର୍ସ କ୍ଲବ୍ ର ୨ୟ ବର୍ଷ ରେ ୬୪ ତମ ଆଭlଶି ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶପ ଡ ହୃଦୟ ବାସି ଦଣ୍ଡିଆ କହିଥିଲେ l ମା ମେରୀ ଓ ଯୀଶୁ ଖ୍ରୀଷ୍ଟ ବିଷୟରେ ସେ କହିଲେ ଯେ ମା ମେରୀ ଙ୍କ ଠାରୁ ଯୀଶୁ ଇଶ୍ଵର ଙ୍କ ଯୋଜନା ଅନୁସାରେ ଜନ୍ମ ଲାଭ କରିଥିଲେ l ଯୀଶୁ ଯିହୁଦୀ ସମ୍ପ୍ରଦାୟ ର ଥିଲେ l ଶୁଭ ଶୁକ୍ର ବାର ଦିନ ଯୀଶୁ କ୍ରୁଶବିଦ୍ଧ ହେବା ପରେ ଭୂମିକମ୍ପ ଓ କିଛି ସମୟ ପାଇଁ ଜଗତ ଅନ୍ଧକାର ମୟ ହୋଇଯାଇଥିଲା l ଚଳିତ ସପ୍ତାହ ବିଶ୍ବରେ ଖ୍ରୀଷ୍ଟ ଧର୍ମୀ ମାନେ ପବିତ୍ରତା ସହକାରେ ପାଳନ କରି ଚର୍ଚ୍ଚ ଯାଇ ଥାଆନ୍ତି l ଆଜି ପୁନରୁତ୍ଥାନ ଦିବସ ପାଳନ କରାଯାଏ l ଯୀଶୁ କ୍ରୁଶବିଦ୍ଧ ପରେ ଆଜି ପୁନର୍ଜୀବନ ପାଇ ଥିଲେ ଓ ଦୂତ ମାନଙ୍କୁ ବିଭିନ୍ନ ସ୍ଥାନ କୁ ଧର୍ମ ପ୍ରଚାର କାମରେ ଲଗାଇ ଥିଲେ l ଇଶ୍ଵର ଙ୍କ ବିଧାନ,ପାପକୁ ସ୍ବୀକାର କର କ୍ଷମା ମିଳିବ l ୪୦ ଜଣ ୧୬୦୦ ବର୍ଷ ଧରି ବାଇବେଲ ରଚନା କରିଥିଲେ ଓ ଏଥିରେ ୬୬ ଟି ପୁସ୍ତକ ସଂକଳିତ ହୋଇଛି l କlଥଲିକ ମାନେ ପ୍ରତିମା ପୂଜା ରେ ବିଶ୍ୱାସୀ l ଏହାର ପ୍ରତିବାଦ କରୁଥିବା ଗୋଷ୍ଟି ମୂର୍ତ୍ତି ପୂଜାରେ ବିଶ୍ୱାସୀ ନୁହନ୍ତି l ବିଶ୍ଵର ଶତକଡା ୩୩ ଭାଗ ଲୋକ ଖ୍ରୀଷ୍ଟ ଧର୍ମାବଲମ୍ବୀ ବୋଲି ବିଶପ ଡ୍ ହୃଦୟ ପ୍ରକାଶ କରିଥିଲେ l ଥିଙ୍କର୍ସ କ୍ଳବ୍ ର ସଭାପତି ବରଦା ଦାସ ସଭା ସଂଯୋଜନା କରିଥିଲେ l ଡ ରଜତ ଶତପଥୀ, ଡ ନନ୍ଦ ନନ୍ଦନ ଦାସ, ପ୍ରଫେସର ଉମାଶଙ୍କର ମିଶ୍ର ଆଲୋଚନା କରିଥିଲେ l ପରବର୍ତ୍ତୀ ଆଲୋଚନା ଗୁରୁ ନାନକ , ଶ୍ରୀ ଗୁରୁ ଗ୍ରନ୍ଥ ସlହେବ ଓ ଓଡ଼ିଶାରେ ଶିଖ ସମ୍ପ୍ରଦାୟ ବିଷୟରେ ଆସନ୍ତା ରବିବାର ଅନୁଷ୍ଠିତ ହେବ l Nimai Behera Report..

No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...