Monday, 3 April 2023
4ପରମାତ୍ମା ଏକ,ଅରୂପ,ଅନନ୍ତ ଓ ସର୍ବବ୍ୟାପକ୍ ବୋଲି ବେଦରେ ବର୍ଣ୍ଣିତ
-----------------------------------------------
ଭୁବନେଶ୍ୱର ତା ୩-୪: ପ୍ରଧାନମନ୍ତ୍ରୀ ବହୁ ମୂଖୀ କ୍ରାନ୍ତିର ଜନକ ସ୍ବାମୀ ଦୟାନନ୍ଦ୍ ସରସ୍ଵତିଙ୍କ ୨୦୦ ବର୍ଷ ପୂର୍ତ୍ତି କୁ ଜ୍ଞାନ ଜ୍ୟୋତି ପର୍ବ ଭାବେ ଦୁଇ ବର୍ଷ ଧରି ପାଳନ କରlଜୀବ ବୋଲି ତା୧୨-୨-୨୩ ରେ ନୂଆଦିଲ୍ଲୀ ରେ ଘୋଷଣା କରିଛନ୍ତି l ଏ ଅବସରରେ ସ୍ବାମୀ ସୁଧlନନ୍ଦ ତାଙ୍କ ଜୀବନୀ ଆଧାରିତ କ୍ରାନ୍ତି ପୁରୁଷ ମହର୍ଷି ଦୟାନନ୍ଦ ପୁସ୍ତକ ରଚନା କରିଛନ୍ତି ଓ ତାହା ବେଦଧlମ୍ ରେ ଲୋକାର୍ପିତ ହୋଇଛି l ଥିଙ୍କର୍ସ କ୍ଳବ୍ ର ୨ୟ ବର୍ଷ ପୂର୍ତ୍ତି ଓ ୬୩ ତମ ଆଭlଶି ଆଲୋଚନା ରେ ସ୍ବାମୀ ଦୟାନନ୍ଦ, ବେଦ ଓ ମୂର୍ତ୍ତି ପୂଜା ବିଷୟରେ ସ୍ବାମୀ ସୁଧନlନ୍ଦ ସରସ୍ଵତୀ ଆଲୋଚନା କରି କହିଲେ ଯେ ଇଶ୍ଵର ହେଉଛନ୍ତି ଅବ୍ୟକ୍ତ ସତ୍ତା l ତlଙ୍କର ରୁପ ରସ ଗନ୍ଧ କିଛି ନାହିଁ । ଏହା ବେଦ ସମ୍ମତ l ବେଦର କୌଣସି ଠାରେ ମୂର୍ତ୍ତି ପୂଜା ପାଇଁ ପରାମର୍ଶ ଦିଆଯାଇ ନାହିଁ l ନ ତସ୍ୟ ପ୍ରତିମା ଅସ୍ତୀ ବୋଲି ବେଦରେ ଉଲ୍ଲେଖ ଅଛି l ସ୍ବାମୀ ଦୟାନନ୍ଦ ଙ୍କ ମତରେ ପରଂବ୍ରହ୍ମ ସୃଷ୍ଟି କର୍ତ୍ତା ହେଉଛନ୍ତି ଜଣେ ବୋଲି ସ୍ବାମୀ ସୁଧlନନ୍ଦ ପ୍ରକାଶ କରିଛନ୍ତି l ପ୍ରାରମ୍ଭରେ ଆୟରଲ୍ୟାଣ୍ଡ ରୁ ଓଡ଼ିଆ ସମାଜ ର ପ୍ରତିଷ୍ଠାତା ସଂଜୀବ ବାରିକ ସୂଚନା ପ୍ରଦାନ କରି ବରଦା ଦାସ ଙ୍କ ରଚିତ ବେଦ ଓ ଯଜ୍ଞ କବିତା କୁ ପାଠ କରିଥିଲେ l କାର୍ଯକ୍ରମ କୁ ସଂଯୋଜନା କରି ଏହା ଉପରେ ସବୁ ପଞ୍ଚାୟତ ରେ ଆଲୋଚନା ହେବା ଦରକାର ବୋଲି ଥିଙ୍କର୍ଶ କ୍ଳବ୍ ସଭାପତି ବରଦା ଦାସ କହିଥିଲେ l ସର୍ବଶ୍ରୀ ଡ ବଂଶୀଧର ଦାସ, ବେଙ୍ଗାଲୁରୁ ରୁ ସଚିନ,ମଧ୍ୟପ୍ରଦେଶ ରୁ ଡ୍ ରଜତ ଶତପଥୀ, ଗାୟତ୍ରୀ ତ୍ରିପାଠୀ, ଇ ସୁଧାକର ପତ୍ରୀ, ଉମାଶଙ୍କର ମିଶ୍ର ପ୍ରଶ୍ନ ମାନ ପଚାରି ଥିଲେ l ମୋବାଇଲ କୁ ରିଚାର୍ଜ୍ କଲାପରି ଶାନ୍ତି, ଆନନ୍ଦ, ନିରୋଗି ଜୀବନ ପାଇଁ ପରମାତ୍ମା ଙ୍କ ସହ ନିରନ୍ତର ଯୋଗାଯୋଗ ର ଗୁରୁତ୍ବ କୁ ସମସ୍ତେ ସ୍ବୀକାର କରିଥିଲେ l ଆସନ୍ତା ରବିବାର ମେରୀ ଓ ଯୀଶୁ ଖ୍ରୀଷ୍ଟ ଙ୍କ ଉପରେ ଆଲୋଚନା ଅନୁଷ୍ଠିତ ହେବ l
Subscribe to:
Post Comments (Atom)
कर्मचारी चयन आयोग की परीक्षा 27,28 और 30 जून को
समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...
-
Department of Water Resources Launch of MIS and GIS web-based application Under OIIPCRA Bhubaneswar dt.22.06.2023 A Management Infor...
-
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ସୁରକ୍ଷା ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ ଅଭୟାରଣ୍ୟର ସୁରକ...
-
*जिले के तहसीलों में राजस्व शिविर का आयोजन* रायपुर 22 जून 2023/ राजस्व प्रकरणों के निराकरण के लिए जिले के तहसीलों में राजस्व शिविर का आ...
No comments:
Post a Comment