Monday, 17 April 2023
ଥିଙ୍କର୍ଶ କ୍ଲବ ର ୬୪ତମ ଓ ୬୫ ତମ ଆଲୋଚନା
ଥିଙ୍କର୍ଶ କ୍ଲବ ର ୬୪ତମ ଓ ୬୫ ତମ ଆଲୋଚନା
---------------------------------------
ତା ୧୭-୪: ବାଇବେଲ ର ମହାନ୍ ଶିକ୍ଷା ହେଲା ,ମନ ପରିବର୍ତ୍ତନ କରିବା ବୋଲି ଥିଙ୍କର୍ସ କ୍ଲବ୍ ର ୨ୟ ବର୍ଷ ରେ ୬୪ ତମ ଆଭlଶି ଆଲୋଚନାରେ ଅତିଥି ଭାବେ ଯୋଗ ଦେଇ ବିଶପ ଡ ହୃଦୟ ବାସି ଦଣ୍ଡିଆ କହିଥିଲେ l ମା ମେରୀ ଓ ଯୀଶୁ ଖ୍ରୀଷ୍ଟ ବିଷୟରେ ସେ କହିଲେ ଯେ ମା ମେରୀ ଙ୍କ ଠାରୁ ଯୀଶୁ ଇଶ୍ଵର ଙ୍କ ଯୋଜନା ଅନୁସାରେ ଜନ୍ମ ଲାଭ କରିଥିଲେ l ଯୀଶୁ ଯିହୁଦୀ ସମ୍ପ୍ରଦାୟ ର ଥିଲେ l ଏପ୍ରିଲ ୭ ଶୁଭ ଶୁକ୍ର ବାର ଦିନ ଯୀଶୁ କ୍ରୁଶବିଦ୍ଧ ହେବା ପରେ ଭୂମିକମ୍ପ ଓ କିଛି ସମୟ ପାଇଁ ଜଗତ ଅନ୍ଧକାର ମୟ ହୋଇଯାଇଥିଲା l ସେ ସପ୍ତାହ ଟି ବିଶ୍ବରେ ଖ୍ରୀଷ୍ଟ ଧର୍ମୀ ମାନେ ପବିତ୍ରତା ସହକାରେ ପାଳନ କରି ଚର୍ଚ୍ଚ ଯାଇ ଥାଆନ୍ତି l ଏପ୍ରିଲ ୯ ଉତ୍ଥାନ ଦିବସ ପାଳନ କରାଯାଏ l ଯୀଶୁ କ୍ରୁଶବିଦ୍ଧ ପରେ ଏହି ଦିନ ଉଥିତ ହୋଇ ଥିଲେ ଓ ଦୂତ ମାନଙ୍କୁ ବିଭିନ୍ନ ସ୍ଥାନ କୁ ଧର୍ମ ପ୍ରଚାର କାମରେ ଲଗାଇ ଥିଲେ l ଇଶ୍ଵର ଙ୍କ ବିଧାନ,ପାପକୁ ସ୍ବୀକାର କର କ୍ଷମା ମିଳିବ l ୪୦ ଜଣ ୧୬୦୦ ବର୍ଷ ଧରି ବାଇବେଲ ରଚନା କରିଥିଲେ ଓ ଏଥିରେ ୬୬ ଟି ପୁସ୍ତକ ସଂକଳିତ ହୋଇଛି l କlଥଲିକ ମାନେ ପ୍ରତିମା ପୂଜା ରେ ବିଶ୍ୱାସୀ l ଏହାର ପ୍ରତିବାଦ କରୁଥିବା ଗୋଷ୍ଟି ମୂର୍ତ୍ତି ପୂଜାରେ ବିଶ୍ୱାସୀ ନୁହନ୍ତି l ବିଶ୍ଵର ଅଧିଙ୍କlସ ଶତକଡା ୩୩ ଭାଗ ଲୋକ ଖ୍ରୀଷ୍ଟ ଧର୍ମାବଲମ୍ବୀ ବୋଲି ବିଶପ ଡ୍ ହୃଦୟ ପ୍ରକାଶ କରିଥିଲେ l ଥିଙ୍କର୍ସ କ୍ଳବ୍ ର ସଭାପତି ବରଦା ଦାସ ସଭା ସଂଯୋଜନା କରିଥିଲେ l ଡ ରଜତ ଶତପଥୀ, ଡ ନନ୍ଦ ନନ୍ଦନ ଦାସ, ପ୍ରଫେସର ଉମାଶଙ୍କର ମିଶ୍ର ଆଲୋଚନା କରିଥିଲେ l
ଥିଙ୍କର୍ସ କ୍ଲବ ର ପରବର୍ତ୍ତି ୬୫ ତମ ଆଲୋଚନା ଗତକାଲି ରବିବାର ଗୁରୁ ଶ୍ରୀ ନାନକ ଓ ଶ୍ରୀ ଗୁରୁ ଗ୍ରନ୍ଥ ସାହେବ ବିଷୟରେ ଅନୁଷ୍ଠିତ ହୋଇଯାଇଛି l ପଞ୍ଜାବ ମୋଗା ଜିଲ୍ଲାର ବରିଷ୍ଠ ଓକିଲ ତଥା ଧର୍ମଗୁରୁ ସର୍ଦ୍ଦାର ଅଂଗ୍ରେଜ ସିଂ ପ୍ରାରମ୍ଭିକ ସୂଚନା ଦେଇଥିଲେ l ସାଧନା ପତ୍ରୀ କିପରି ଶିଖ ଧର୍ମଗ୍ରନ୍ଥ ଶ୍ରୀ ଗୁରୁଗ୍ରନ୍ଥ ସାହେବ ପୁସ୍ତକ କୁ ୨୦୦୯ ରୁ ଓଡ଼ିଆ ଭାଷାନ୍ତର କାର୍ଯ୍ୟରେ ଲାଗିଛନ୍ତି ସେ ସମ୍ପର୍କରେ କହି ଗୁରୁ ନାନକ୍ ଙ୍କ ଅଲୌକିକ କାର୍ଯ ମାନ ବର୍ଣ୍ଣନା କରିଥିଲେ l ଥିଙ୍କର୍ଶ କ୍ଳବ୍ ର ସଭାପତି ବରଦା ଦାସ ସଭା ସଂଯୋଜନା କରିଥିଲେ l ପ୍ରଫେସର ଉମାଶଙ୍କର ମିଶ୍ର,ଡ୍ ଇ ନନ୍ଦ ନନ୍ଦନ ଦାସ ପ୍ରଶ୍ନ ପଚାରି ବୁଝି ଥିଲେ l ଶେଷରେ ବେଙ୍ଗାଲୁରୁ ରୁ କସ୍ତୁରୀ ଦାସ ଧନ୍ୟବାଦ ଦେଇଥିଲେ l ବେଙ୍ଗାଲୁରୁ ରୁ ବିଭୁଦତ୍ତ ମହାନ୍ତି ଆଭାସି ଆଲୋଚନାର ବୈଷୟିକ ପରିଚାଳନା କରିଥିଲେ l ଆସନ୍ତା ରବିବାର ୨୩ତାରିଖ ଦିନ ରାତ୍ର ୮ ଘଟିକରେ ପଣ୍ଡିଚେରୀ ଆଶ୍ରମ ରୁ ଶ୍ରୀ ମଧୁସୂଦନ ମହାପାତ୍ର ଅରବିନ୍ଦ ଙ୍କ ଯୋଗ ଦର୍ଶନ ଉପରେ କହିବେ l
Subscribe to:
Post Comments (Atom)
कर्मचारी चयन आयोग की परीक्षा 27,28 और 30 जून को
समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...
-
Department of Water Resources Launch of MIS and GIS web-based application Under OIIPCRA Bhubaneswar dt.22.06.2023 A Management Infor...
-
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ସୁରକ୍ଷା ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ ଅଭୟାରଣ୍ୟର ସୁରକ...
-
*जिले के तहसीलों में राजस्व शिविर का आयोजन* रायपुर 22 जून 2023/ राजस्व प्रकरणों के निराकरण के लिए जिले के तहसीलों में राजस्व शिविर का आ...
No comments:
Post a Comment