Saturday, 25 March 2023

ଥିଙ୍କର୍ସ କ୍ଳବ୍ ର ୬୨ ତମ ଆଲୋଚନା ସ୍ୱଚ୍ଛ ଜଳ ଶୁଦ୍ଧ ବାୟୁ ଆଜି ମିଳିବା ଅ ସମ୍ଭବ


 ଥିଙ୍କର୍ସ କ୍ଳବ୍ ର ୬୨ ତମ ଆଲୋଚନା

ସ୍ୱଚ୍ଛ ଜଳ ଶୁଦ୍ଧ ବାୟୁ ଆଜି ମିଳିବା ଅ ସମ୍ଭବ

--------------------------------------------

ତା ୨୬-୩: ଆଜି ମାଟି ବାୟୁ ଜଳ ପ୍ରାଣୀ ଓ ମଣିଷ ଜୀବନରେ ପ୍ରଦ୍ୟୁଷଣ ମାତ୍ରା ଅତି ମାତ୍ରାରେ ବୃଦ୍ଧି ପାଉଛି l ବିଶ୍ବରେ ୫୦,୦୦୦ ରୁ ଉର୍ଦ୍ଧ୍ବ ତାପଜ କେନ୍ଦ୍ର ଗୁଡିକ ପରିବେଶ ପ୍ରଦ୍ୟୁଷଣ ପାଇଁ ଦାୟୀ ବୋଲି ଥିଙ୍କର୍ଶ୍ କ୍ଲବ ର ପରିବେଶ ପ୍ରଦ୍ୟୁଷଣ, ସମସ୍ୟା ଓ ସମାଧାନ ଶୀର୍ଷକ ୬୨ ତମ ଆଭlଶି ଆଲୋଚନାରେ ଯୋଗ ଦେଇ ବୈଜ୍ଞାନିକ ବକ୍ତା ମାନେ ଏ ବିଷୟ ଉଥାପନ୍  କରି ଉଦବେଗ ପ୍ରକାଶ କରିଛନ୍ତି l ଓଡ଼ିଶା ପରିବେଶ ସମିତି ର ସମ୍ପାଦକ ଡ୍ ଜୟକୃଷ୍ଣ ପାଣିଗ୍ରାହି ବକ୍ତା ଭାବେ ଯୋଗଦେଇ କହିଲେ ଯେ ଯାନବାହାନ,କୋଇଲା,ପେଟ୍ରୋଲ ଏବଂ ପ୍ରାକୃତିକ ବାଷ୍ପ ଦହନରୁ ଅଙ୍ଗାରକାମ୍ଳ ବାଷ୍ପ ସୃଷ୍ଟି ହେଉଛି l ଜଙ୍ଗଲ ନଷ୍ଟ ହେଉ ଥିବାରୁ ଅଙ୍ଗାରକାମ୍ଳ ବାଷ୍ପ ବିଭାଜନ ହୋଇପାରୁନି l ବାୟୁ ମଣ୍ଡଳରେ ଏହି ବାଷ୍ପ ଉତ୍ତାପ ବୃଦ୍ଧି କରୁଛି l ଫଳରେ ଉଚ୍ଚ ପର୍ବତ ଉପରେ ସଞ୍ଚିତ ବରଫ ଗୁଡିକ ତରଳି ଜଳ ପତନ ବୃଦ୍ଧି କରୁଛି l ଅନ୍ୟତମ ବକ୍ତା ଭାବେ ଯୋଗ ଦେଇ ବୈଜ୍ଞାନିକ ଡ ପି କେ ଏମ କେ ଦାସ କହିଲେ l ପ୍ରଦୂଷଣ ମୁକ୍ତ କରିବା ପାଇଁ ୩୬୦୦୦କୋଟି ଟଙ୍କା ଖର୍ଚ୍ଚ ହୋଇ ସlରିଲା ପରେ ମଧ୍ୟ ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ଅଛି l ଇକୋ ସିଷ୍ଟମ ରେ ଭାରସାମ୍ୟ ରକ୍ଷା ପାଇଁ ବତକ ପାଳନ ଉପରେ ଗୁରୁତ୍ବ ଆରୋପ କରିଥିଲେ l ରାଜ୍ୟ ପରିବେଶ ନିୟନ୍ତ୍ରଣ ବୋର୍ଡ ର ମୁଖ୍ୟ ପରିବେଶ ବୈଜ୍ଞାନିକ ଡ୍ ନିହାର ରଞ୍ଜନ ସାହୁ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ କହିଲେ ଯେ ପରିବେଶ ପ୍ରଦ୍ୟୁଷଣ ଯୋଗୁଁ ନାଇଟ୍ରୋ ଜେନ ଅକ୍ସାଇଡ୍ ଏବଂ ସଲଫର୍ ଅକ୍ସାଇଡ୍  ବାଷ୍ପ  ଜଳୀୟ ବାଷ୍ପ ସଂସ୍ପର୍ସ ରେ ଆସି ଅମ୍ଳ ବର୍ଷା କରୁଛି l ଅମ୍ଳ ବର୍ଷା ପ୍ରଭାବରେ ଉଦ୍ଭିଦ ପ୍ରାଣୀ ସଂପଦ ପ୍ରଭାବିତ ହେଉଛି l ରେଫ୍ରିଜିରେଟର ରୁ ନିର୍ଗତ ବାଷ୍ପ ଓଜନ ଲେୟରରେ ଛିଦ୍ର ସୃଷ୍ଟି କରିଥାଏ l ଶବ୍ଦ ଆଲୋକ ପ୍ରଦୂଷଣ ଓ ପ୍ଲାଷ୍ଟିକ  ପ୍ୟାକିଁ  ମେଟେରିଅଲ ଏବଂ ଜରି ବ୍ୟବହାର ଦ୍ଵାରା ମଣିଷ ଜୀବନର ଅଶେଷ କ୍ଷତି ହେଉଛି l

ଥିଙ୍କର୍ସ କ୍ଳବ୍ ର ସଭାପତି ବରଦା ଦାସ ଆଲୋଚନା ପରିଚାଳନା କରି ସହର ଗୁଡ଼ିକୁ ପ୍ରଦ୍ୟୁଷଣ ମୁକ୍ତ ପାଇଁ ପ୍ରଶାସନ ଗୁରୁତ୍ୱ ଦେବାକୁ କହିଥିଲେ l ପ୍ରବାସୀ ଓଡ଼ିଆ ବିକାଶ ପରିଷଦ ,ନୂଆଦିଲ୍ଲୀ ର ସଭାପତି ସୂର୍ଯ୍ୟ ନାରାୟଣ ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରି ପରିବେଶ କୁ ନିର୍ମଳ ରଖିବା ଉପରେ କହିଥିଲେ l ଆୟରଲ୍ୟାଣ୍ଡ ରୁ ଶ୍ରୀମାରାଣୀ ଦାସ କାର୍ଯକ୍ରମ ଟିକୁ ସୂ ସଂଯୋଜନା କରିଥିଲେ l ବେଙ୍ଗlଳୁର ରୁ ବିଭୁଦତ୍ତ ମହାନ୍ତି ବୈଷୟିକ ପରିଚାଳନା କରିଥିଲେ l ଆଲୋଚନାରେ ଡ୍ ନନ୍ଦ ନନ୍ଦନ ଦାସ,ପ୍ରଫେସର ଉମାଶଙ୍କର ମିଶ୍ର, ମୁମ୍ବାଇ ରୁ ଭଗବାନ ପଣ୍ଡା,ଲଣ୍ଡନ ରୁ ଡ୍ ଜୟଶ୍ରୀ ନନ୍ଦ, ଓମାନ ରୁ ଇ ବିନୋଦ ମହାନ୍ତି ଅଂଶ ଗ୍ରହଣ କରି ଶାନ୍ତି ରେ ଜୀବନ କାଟିବାକୁ ପ୍ରଦ୍ୟୁଷଣ ମୁକ୍ତ ବିଶ୍ଵ ପାଇଁ ମତ ଦେଇଥିଲେ l


ନିମାଇଁ ବେହେରା ଙ୍କ ରିପୋର୍ଟ..

No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...