ଗ୍ରୀଷ୍ମ ଲହର ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ନିୟନ୍ତ୍ରଣ କକ୍ଷ ଦୂରଭାଷ ନମ୍ବର ଜାରି
ଭୁବନେଶ୍ୱର/ଖୋର୍ଦ୍ଧା
ଚଳିତ ବର୍ଷ ଗ୍ରୀଷ୍ମଋତୁ ପରିପ୍ରେକ୍ଷୀରେ ତଥା ଆଗାମୀ ଦିନରେ ଗ୍ରୀଷ୍ମ ଲହରକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ଏକ ନିୟନ୍ତ୍ରଣ କକ୍ଷ (ଦୂରଭାଷ ନମ୍ବର 06755-220002) ଖୋଲା ଯାଇଛି l ଜିଲ୍ଲାରେ ରୌଦ୍ରତାପ ତଥା ଗ୍ରୀଷ୍ମ ଲହର ପରିପ୍ରେକ୍ଷୀରେ ଯଦି କୌଣସି ସ୍ଥାନରେ ଜଳ ଶଙ୍କଟ ବା ଜଳାଭାବ ଦେଖାଯାଏ, ତେବେ ଜନସାଧାରଣ ଉପରୋକ୍ତ ଦୂରଭାଷ ନମ୍ବରରେ ଜିଲ୍ଲା ନିୟନ୍ତ୍ରଣ କକ୍ଷକୁ ଯୋଗାଯୋଗ କରିପାରିବେ ବୋଲି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅପାତକାଳୀନ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି l
ପଠାଣି ରାଉତ
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ
ଭୁବନେଶ୍ୱର
ନିମାଇଁ ବେହେରା ଙ୍କ ରିପୋର୍ଟ..
No comments:
Post a Comment