Wednesday, 22 March 2023

ନୂଆପଡା ଜିଲ୍ଲା ଖରିଆର ହିନ୍ଦୁ ନବବର୍ଷ ପାଳନ..

 
 ହିନ୍ଦୁ ନବବର୍ଷ ପାଳନ


ନୂଆପଡା ଜିଲ୍ଲା ଖରିଆର ରେ ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦା,ଭାରତୀୟ  ଗଣନା ଅନୁଯାୟୀ ବର୍ଷର ପ୍ରଥମ ଦିନ।ଏଣୁ ଭାରତୀୟ ମାନେ ବିଶେଷ କରି ହିନ୍ଦୁ ଧର୍ମର ଲୋକେ ନବବର୍ଷ ଭାବରେ ପାଳନ କରିଥାନ୍ତି।ନୂଆପଡା ଜିଲ୍ଲା  ହିନ୍ଦୁ ସମ୍ପ୍ରଦାୟର ଲୋକେ ଆନନ୍ଦ ଉଲ୍ଲାସ ସହ ନବବର୍ଷ ପାଳନ କରିଛନ୍ତି।ଏଥିପାଇଁ ଘର ଆଗରେ କଳସ ସ୍ଥାପନ ସହିତ ଦୀପ ପ୍ରଜ୍ବଳନ ଓ ଚିତା, ଝୋଟି ଅଙ୍କନ କରାଯାଇଥିଲା ।ମନ୍ଦିର ସବୁକୁ ଆଲୋକମାଳାରେ ସୁସଜ୍ଜିତ କରିବା ସହ ପ୍ରାର୍ଥନା, ଭଜନ କୀର୍ତ୍ତନ କରାଯାଇଥିଲା।ସନ୍ଧ୍ୟାରେ ଏକ ବିରାଟ ରେଲି ଖଡ଼ିଆଳ ସହର ପରିକ୍ରମା କରିଥିଲା।ଏହି ରେଲି ରେ ରାମ ମନ୍ଦିର କମିଟି ଓ ଜୟ ମାତା ଦି ଗ୍ରୁପ କମିଟି ତରଫରୁ ସରବତ ପାଣି ଦେଇ ଥିଲେ ଆଉ ଲୋକେ ନିଜ ନିଜ ଘର ପାଖରେ ବନ୍ଦାପନା କରିଥିଲେ।ପରେ ସଂସ୍କୃତି ଭବନ ପାଖରେ ସମସ୍ତେ ଏକତ୍ର ହୋଇ ହିନ୍ଦୁ ନବବର୍ଷର ମହନୀୟତା ଉପରେ ଆଲୋଚନା କରି ଇଂରାଜୀ ନବବର୍ଷ ବଦଳରେ ହିନ୍ଦୁ ନବବର୍ଷ ପାଳନ କରିବାକୁ ଆହ୍ୱାନ ଦିଆଯାଇଥିଲା।ପରେ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ସମସ୍ତେ ସମବେତ ହୋଇ ନାଚଗୀତର ମଜା ନେଇଥିଲେ।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଅଗ୍ରୱାଲ ଙ୍କ ରିପୋର୍ଟ.

No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...