Saturday, 16 April 2022

ବିଜୁବାବୁଙ୍କ

 ଛାତ୍ର ଜୀବନରେ ଗାନ୍ଧୀ, ଗୋପବନ୍ଧୁଙ୍କ ସାନିଧ୍ୟ ଲାଭପରେ ପାଇଲଟ ଜୀବନରେ ପଣ୍ଡିତ ଜବାହର ଲାଲ ନେହେରୁ ଓ ବିପ୍ଳଵୀ ସମାଜସେବୀ ନେତା ଜୟପ୍ରକାଶ ନାରାୟଣଙ୍କ ସହ ବିଜୁବାବୁଙ୍କ ଘନିଷ୍ଠ ସଂମ୍ପର୍କ ଗଢି ଉଠିଥିଲା । ଯାହା ଫଳରେ ଓଡିଶାରେ ବହୁ ଆଖି ଦୃଶିଆ କାର୍ୟ୍ୟ ତାଙ୍କ ଦ୍ୱାରା ସମ୍ଭବପର ହୋଇପାରିଥିଲା । ବିଜୁବାବୁଙ୍କ ପରିବାରରୁ ଧର୍ମ ନିରପେକ୍ଷପତାର ପରିଚୟ ମିଳେ । ସେମାନେ ୩ ଭାଇ ଥିଲେ ଓ ଭିନ୍ନ ଭିନ୍ନ ତିନି ଜାତିର କନ୍ୟାକୁ ବିବାହ କରିଥିଲେ । ତାଙ୍କ ପରି ସାହାସ ପାଇଲଟ ଭାରତ କାହିଁକି ସାରା ପୃଥିବୀରେ କମ ଅଛନ୍ତି । ୧୯୪୫ ମସିହାରେ ବିଜୁବାବୁ ଜେଲରୁ ଖଲାସ ହେଲେ । କିନ୍ତୁ ସେ ଜେଲରୁ ଛାଡ ପାଇଲା ପରେ ମଧ୍ୟ ତାଙ୍କ ଉପରେ କଟକଣା ଜାରି ହୋଇଥିଲା । ସେ ନିଜ ବାସସ୍ଥାନ ଠାରୁ ୩୦ ମାଇଲରୁ ଅଧିକ ଦୂର ଅନ୍ୟ କେଉଁଠିକୁ ଯାଇପାରିବେ ନାହିଁ ବୋଲି ବାରଣ କରିଥିଲେ । ସେଥିପାଇଁ ସେ ମନେ ମନେ କଟକ ଓ ଚୌଦ୍ୱାରକୁ ନିଜର କର୍ମସ୍ଥଳି ଭାବେ ବାଛି ନେଇଥିଲେ । ସେତେବେଳେ ଚୌଦ୍ୱାର ଥିଲା ଗୋଟିଏ ରୁକ୍ଷ ଟାଙ୍ଗରା ଭୂଇଁ । ରାସ୍ତାଘାଟ କିଛି ନାହିଁ । ଚୌଦ୍ୱାରକୁ ଲୁଗାକଳ ଥିଲା ଓଡିଆବାସୀଙ୍କୁ ବିଜୁବାବୁଙ୍କ ପ୍ରଥମ ଭେଟି । ତାପରେ କଳିଙ୍ଗ ଟ୍ୟୁବସ, କଳିଙ୍ଗ ରେପିଂ ଜରେଟସ, କଳିଙ୍ଗ ଇଣ୍ଡଷ୍ଟ୍ରିଜ ଆଦି ଚୌଦ୍ୱାରରେ ଗଢି ଉଠିଥିଲା । ଶହ ଶହ ଓଡିଆ ଯୁବକ ଚାକିରୀ ପାଇଲେ । ଦେଶ ସ୍ୱାଧୀନତା ଆଗରୁ ୧୯୪୬ ମସିହାରେ ବିଜୁବାବୁ ଚୌଦ୍ୱାରରୁ ବିଧାୟକ ହୋଇ ନିର୍ବାଚିତ ହେଲେ । ସେହି ବର୍ଷଠାରୁ ୧୯୯୭ ମସିହା ଏପ୍ରିଲ ୧୭ତାରିଖ ପର୍ୟ୍ୟନ୍ତ ବହୁ ଉତଥାନ, ପତନ ସଙ୍ଘର୍ଷ ଜୀବନ ମଧ୍ୟରେ ବିଜୁ ପଟ୍ଟନାୟକଙ୍କ ଜୀବନ ଗତି କରିଛି । ବିଜୁ ବାବୁ ମୁଖ୍ୟମନ୍ତ୍ରୀ ହେଲା ବେଳକୁ ତାଙ୍କ ବୟସ ଥିଲା ମାତ୍ର ୪୫ ବର୍ଷ । ଏତେ କମ ବୟସରେ ଓଡିଶାର କୌଣସି ନେତା ମୁଖ୍ୟମନ୍ତ୍ରୀ ହୋଇନଥିଲେ । ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଜବାହାର ଲାଲ ନେହେରୁ । ତାଙ୍କ ସହ ବିଜୁବାବୁଙ୍କର ଖୁବ ଭଲ ସଂପର୍କ ଥିଲା । ଏହାର ସୁଯୋଗ ନେଇ ବିଜୁବାବୁ ଓଡିଶାର ବହୁତ ଲୋକହିତକର କାର୍ୟ୍ୟ କରିଥିଲେ । ବିଜୁ ବାବୁ ଗ୍ରାମପଚାଂୟତ ଆଇନକୁ ସଂଶୋଧନ କରି ପଚାଂୟତ ରାଜ ଶାସନରେ ମହିଳାମାନଙ୍କ ପାଇଁ ଶତକଡା ୩୦ ଭାଗ ଆସନ ସଂରକ୍ଷଣ କରାଇଲେ । ମାର୍ଚ୍ଚ ୫ ତାରିଖ ଦିନକୁ ବିଜୁ ଜୟନ୍ତୀ ଭାବେ ପାଳନ ନକରି ପଚାଂୟତ ରାଜ ଦିବସ ଭାବରେ କରିବା ପାଇଁ ସେ ସରକାରୀ ନିର୍ଦ୍ଦେଶ ଦେଇଥିଲେ । ୧୯୯୬ ମସିହାରେ ଲୋକସଭା ନିର୍ବାଚନ ହୋଇଥିଲା । ବିଜୁ ବାବୁ ଆସିକା ଓ କଟକ ଲୋକସଭା ଆସନରୁ ୨ଟି ଜିଣିଲେ । ଚାଲିଗଲେ ଜାତୀୟ ରାଜନୀତିକୁ । ପ୍ରଧାନମନ୍ତ୍ରୀ ନିର୍ବାଚନରେ ତାଙ୍କର ଭୂମିକା ଥିଲା ସବୁଠାରୁ ବେଶୀ । କେନ୍ଦ୍ରରେ ଏକ ଅଣ କଂଗ୍ରେସ ଓ ଧର୍ମ ନିରପେକ୍ଷ ସରକାର ପ୍ରତିଷ୍ଠାରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ସରକାରରେ କୌଣସି ସଙ୍କଟ ହେଲେ ତାଙ୍କୁ ଡାକ ପଡୁଥିଲା । ସେ କେବଳ ଜନତା ଦଳର ନେତା ନଥିଲେ ସେ ଥିଲେ ଭାରତୀୟ ରାଜନୀତିର କେନ୍ଦ୍ରବିନ୍ଦୁ । ଜାତୀୟ ନେତା କିଙ୍ଗ ମେକର ବିଜୁ ପଟ୍ଟନାୟକ । ତାଙ୍କ ଦ୍ୱାରା ଆନ୍ତର୍ଜାତିକ ବିଜ୍ଞାନ କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତିଙ୍କୁ କଳିଙ୍ଗ ପୁରସ୍କାର ପ୍ରଦାନ ପ୍ରଚଳନ ହୋଇଅଛି । ଏହିପରି ଭାବେ ନଜର ବନ୍ଦୀରୁ ସଫଳ ରାଜନେତା ହୋଇ ପାରିଥିଲେ ବିଜୁ ପଟ୍ଟନାୟକ ୧୯୧୬ ମସିହା ମାର୍ଚ୍ଚ ୫ରେ ହଜାର ବର୍ଷ ପୂର୍ଣ୍ଣ କରିଥିବା ଐତିହାସିକ କଟକ ସହରରେ ସେ ଜନ୍ମ ଗ୍ରହଣ କରିଥିଲେ । ୧୯୯୭ ମସିହା ଏପ୍ରିଲ ମାସ ୧୭ ତାରିଖ ଦିନ ଦିଲ୍ଲୀର ପଲ୍ଲୀ ପର୍ୟ୍ୟନ୍ତ ବିଜୁଳି ବେଗର ପ୍ରଚାରିତ ହେଲା କିମ୍ବଦନ୍ତୀ ନାୟକଙ୍କ ତଥା ପ୍ରବାଦ ପୁରୁଷ ବିଜୁବାବୁ ଚାଲିଗଲେ। ଶେଷରେ ପୁରୀ ମହୋତ୍ସବ ତଟରେ ଅନ୍ତିମ ବିଶ୍ରାମ ନେଲେ । ବିଜୁ ବାବୁଙ୍କ ଚିର ନିଦ୍ରା ପରେ ଆରମ୍ଭ ହେଲା କବି ଓ ଲେଖକଙ୍କ ମଧ୍ୟରେ ପ୍ରତିଯୋଗୀତା । ନିଜ ଲେଖନି ମୁନରେ ବହୁ ଶ୍ର୍ରଷ୍ଠା ସଜେଇ ଦେଲେ ବିଜୁ ବାବୁଙ୍କର ଅତୀତ ଓ ଅଭୁଲା ସ୍ମୃତି । ଜ୍ଞାନପୀଠ ବିଜେତା ଡକ୍ଟର ସଚ୍ଚି ରାଉତରାୟ ତାଙ୍କର ‘ ମହାପ୍ରସ୍ଥାନର ପଥ‘ କବିତାରେ ବିଜୁବାବୁଙ୍କ ପାର୍ଥୀବ ଶରୀର କଟକ ନ ଆସିବା କଥାକୁ ବର୍ଣ୍ଣନା କରି ଲେଖିଥିଲେ –

‘ କାହିଁ କଟକ ଆସିଲ ନାହିଁତ ?

ତୁମ ମହା ପ୍ରସ୍ଥାନ ପଥ

ଲମ୍ବି ଆସେ ଦିଲ୍ଲୀର ଆକାଶୁ

ଦେଖିବାକୁ ମହାସ୍ଥବିରର ଅନ୍ତିମ ପ୍ରୟାଣ

ତୁମେ ତେଣେ ଚାଲିଗଲ ମହୋଦଧି ତଟେ

ନେବା ପାଇଁ ଅନ୍ତିମ ବିଶ୍ରାମ ‘

ପଣ୍ଡିତ ପ୍ରବୋଧ କୁମାର ମିଶ୍ର ତାଙ୍କର ସଂସ୍କୃତ କବିତା କିମ୍ବଦନ୍ତୀ ନାୟକ, ଶୀର୍ଷକରେ ବିଜୁ ବାବୁଙ୍କ ସାହାସ ଓ ବୀରତ୍ୱର ଗାଥା ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି –

“ ମୁକ୍ତି -ଜାତି-ଦୃପ୍ତ-ବୀର । ଉତ୍କଳୀୟ ସିଂହକ ।

ତ୍ୱଂ ଚ ମାତୃ- ତୃପ୍ତ- ମନ୍ତ୍ର-ତନ୍ତ୍ର-ଧାରକଃ ।

ପୂର୍ବଭାଲେ ମୁକ୍ତି ସୂର୍ୟ୍ୟଃ

ପଶ୍ଚିମେତୁ ରକ୍ତବୀର୍ୟ୍ୟଃ

କିମ୍ବଦନ୍ତୀ ନାୟକ । ତ୍ୱସିଷ୍ଟ-ପୁଷ୍ଟ-ସାଧକଃ ।

କଳିଙ୍ଗର ହୃଦୟ ସମ୍ରାଟ’ କବିତାରେ ବିଜୁ ବାବୁଙ୍କ ଗରିମା ବର୍ଣ୍ଣନନା କରି ଡଃ: ହୁସେନ ରବି ଗାନ୍ଧୀ ଲେଖିଛନ୍ତି-

“ ଏକବିଶଂ କରାଘାତ କରେ ଯେବେ

ଜାତି ଦ୍ୱାର ଦେଶେ,

ଶ୍ରେଷ୍ଠତମ ହେ ଓଡିଆ,

ହେ ଅନନ୍ୟ ପ୍ରବାଦ ପୁରୁଷ

ବିଂଶର ଏ ଶେଷ “

ବିଜୁ ବାବୁଙ୍କର ଏକମାତ୍ର କନ୍ୟା ତଥା ବିଖ୍ୟାତ ଲେଖିକା ଗୀତା ମେହେଟ୍ଟା ତାଙ୍କର ଇଂରାଜୀ ପୁସ୍ତକ “ସ୍ନେକ ଲାଡର୍ସରେ ବିଜୁ ବାବୁଙ୍କ ସମ୍ପର୍କରେ ଆଲୋଚନା କରିଛନ୍ତି । ଆଜି ମଧ୍ୟ ମନେ ପଡନ୍ତି ପ୍ରବାଦ ପୁରୁଷ ଓ ତାଙ୍କ କୃତି ଅଭୁଲା ସ୍ମୃତି ।

                                                                           ବରଦା ପ୍ରସନ୍ନ ଦାସ                                                                                           ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ , ସୂଚନା  ଓ ଲୋକ ସମ୍ପର୍କ ବିଭାଗ 

                                                          

No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...