ଓଡ଼ିଶା ସିନେକ୍ରିଟିକ ଆସୋସିଏସନ ଏବଂ ଓଡ଼ିଆ ଭାଷା ସଂସ୍କୃତି ବିଭାଗ ସହଯୋଗ ରେ ଆୟୋଜିତ ଭାରତୀୟ ସଂଗିତ ଜଗତର କିମ୍ବଦନ୍ତୀ ଗାୟିକା ଭାରତ ରତ୍ନ ଲତା ମଙ୍ଗେସ୍କର ଙ୍କୁ ସଂଗୀତରେ ଶ୍ରଦ୍ଧାଞ୍ଜଳି ସ୍ମୁତି ସମାରୋହ କାର୍ଯ୍ୟକ୍ରମ ଆରମ୍ଭ ହୋଈଯାଈଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି କନ୍ଧମାଳ ର ସାସଂଦ ତଥା କିଟ ଓ କିସ ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ, ସମ୍ମାନିତ ଅତିଥି କାଦମ୍ବିନୀ ର ସମ୍ପାଦକ ଡଃ ଈତାରାଣୀ ସାମନ୍ତ ଓ ସଂସ୍କୃତି ବିଭାଗ ର ବରିଷ୍ଠ ଅଧିକାରୀ ସୁବୋଧ ଆଚାର୍ଯ୍ୟ, ଅନୁଷ୍ଠାନ ର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ କାର୍ଯ୍ୟକ୍ରମ ରେ ସ୍ମ୍ରୁତି ଚାରଣ କରିି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିେଲ। ଏହି ଉତ୍ସବରେ କିଶୋର କଲାକାର ରାକେଶ ବିଶ୍ବାଲ ଭାଓଲିନ ରେ ଲତାଙ୍କ ସଂଗୀତର ସ୍ବର ପରିବେଷଣ କରିଥିବାବେଳେ କଣ୍ଠଶିଳ୍ପୀ ଆଦ୍ଯାଶା ଦାସ, ଛନ୍ଦା ମିଶ୍ର, ଲୋଭା ବିଶ୍ବାଲ, ସୀମା ମହାନ୍ତି, ପ୍ରୀତି ନନ୍ଦା ରାଉତରାୟ, ପ୍ରମୁଖ ସଂଗୀତ ପରିବେଷଣ କରିଥିେଲ। କାର୍ଯ୍ୟକ୍ରମ ରେ ଅବନୀ କାନ୍ତ ଦାସ ସଂଗୀତ ସଂନ୍ଧ୍ଯା କୁ ସଂଯୋଜନା କରିଥିେଲ।
ନିମାଈଁ ବେହେରା ଙ୍କ ରିପୋର୍ଟ, ଈଣ୍ଡିଆନ ନେସନ୍ୟାଳ ନ୍ୟୁଜ ଲାଈଭ ।
No comments:
Post a Comment