Tuesday, 15 February 2022

କୋଭିଡ ରେ ମ୍ରୁତ୍ୟୁ ବରଣ କରିଥିବା ସାମ୍ବାଦିକା ସବନମ୍ ସରିନ ଙ୍କ ପରିବାର କୁ ରାଜ୍ୟ ସରକାର ଙ୍କ ତରଫରୁ ୧୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ।

 




କୋଭିଡ ରେ ମ୍ରୁତ୍ୟୁ ବରଣ କରିଥିବା ସାମ୍ବାଦିକା ସବନମ୍ ସରିନ ଙ୍କ ପରିବାର କୁ ରାଜ୍ୟ ସରକାର ଙ୍କ ତରଫରୁ ୧୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା । 

ଭୁବନେଶ୍ୱର : ୧୫.୦୨.୨୦୨୨ 

     

        କୋଭିଡ ରେ ପ୍ରାଣ ହରାଈଥିବା ନ୍ୟୁଜ 7 ର କାର୍ଯ୍ୟକ୍ରମ ବ୍ୟବସ୍ଥାପିକା ତଥା ସାମ୍ବାଦିକା ସ୍ବର୍ଗୀୟ ସବନମ୍ ସିରିନ ଙ୍କ ପରିବାର କୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳ  ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ୧୫ ଲକ୍ଷ ଟଙ୍କା ର ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆବଶ୍ଯକ ତଥ୍ୟ ସଂଗ୍ରହ ପରେ ରାଜ୍ୟ ସରକାର ଙ୍କ ଅନୁମୋଦନ କ୍ରମେ ଏହି ସହାୟତା ରାଶି ସବନମ୍ ଙ୍କ ସ୍ବାମୀ କମରୁଦ୍ଦିନ୍ ଖାଁ ଙ୍କୁ ପ୍ରଦାନ କରାଯାଇଛି। ଭୁବନେଶ୍ୱର ରେ କାର୍ଯ୍ୟରତ ସାମ୍ବାଦିକା ସ୍ବର୍ଗୀୟ ସବନମ୍ ସିରିନ ଗତ ୨୦୨୧ ମସିହା  ମଈ ମାସ ୧୧ ତାରିଖ ରେ କୋଭିଡ ରେ ଆକ୍ରାନ୍ତ ହୋଈ ମ୍ରୁତ୍ୟୁ ବରଣ କରିଥିଲେ । ପ୍ରକାଶ ଥାଉକି, ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଏହି ଅର୍ଥ ସବନମ୍ ଙ୍କ ସ୍ବାମୀ ଓ ସେମାନଙ୍କ ନାବାଳିକା ଝିଅ ସିନମ ସିରିନ ଙ୍କ ଯୁଗ୍ମ ଜମାଖାତା କୁ ଅନଲାଇନ ମାଧ୍ଯମ ରେ ପ୍ରଦାନ କରାଯାଇଛି। ଏହି ସହାୟତା ପରେ ହିତାଧିକାରୀ କମରୁଦ୍ଦିନ ଖାଁ  ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥା ରାଜ୍ଯ ସରକାର ଙ୍କୁ କ୍ରୁତଞ୍କତା ଞ୍କାପନ କରିଛନ୍ତି । ଏହି ରାଶି ପ୍ରଦାନ ସମୟ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନୁଜ କୁମାର ଦାସ, ଜିଲ୍ଲା ଆପାତକାଳୀନ ଅଧିକାରୀ ଶ୍ରୀମତୀ ଉର୍ମିପ୍ରଭା  ମହାପାତ୍ର ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ  ଅଧିକାରୀ ଭୁବନେଶ୍ୱର ଶ୍ରୀ  ପଠାଣି ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...