Sunday, 20 February 2022

ଆଈ ଏ ଏସ୍ ଅଫିସର ମଦନ ମହାନ୍ତି ଙ୍କ ସ୍ମ୍ରୁତି ରେ..

 ଆଈ ଏ ଏସ୍  ଅଫିସର  ମଦନ ମହାନ୍ତି ଙ୍କ ସ୍ମ୍ରୁତି ରେ.. 


ସେହି ଅନେକ ଦିନ ର ତଳ ର କଥା ଜଣେ ଭଲ ଆଦର୍ଶ ବ୍ଯକ୍ତି ଙ୍କ ସହିତ  ପିଲା ଦିନରୁ ଜାଣିବାର ସୁଯୋଗ ପାଇଥିଲି । ସେ ହେଉଛନ୍ତି ମଦନ ମହାନ୍ତି ସେ ମୋର ସମସାମୟିକ। ଯଦିବା ଆମେ ଭିନ୍ନ ବିଦ୍ୟାଳୟରେ ପାଠ ପଢୁଥିଲୁ, ଯେହେତୁ ଆମେ ଖେଳ ପ୍ରିୟ ଆମର‌ ଭଲ ଜଣାଶୁଣା ଅଭିଞ୍କତା ହୋଈ ଆଶିଛି ଖେଳ ବିଷୟ ରେ । ସେହି ପିଲା ଦିନର  ଖେଳ ସବୁ ମନ ର ଉଦ୍ ବେଗ ସ୍ରୁଷ୍ଟି କରେ । ବିଶେଷ କରି ସେହି କ୍ରିକେଟ୍ ଖେଳ। ଯାହା ସେହି କ୍ରିକେଟ୍ ଖେଳରେ ନାଁ କରିଥିଲେ। ସେ ଓଡ଼ିଶା ପ୍ରଦେଶ ବିଦ୍ୟାଳୟ‌ମାନଙ୍କ ପାଇଁ ଖେଳି ଖ୍ୟାତି ଅର୍ଜନ ପାଇଥିଲେ। ତା ପରେ  ବିଦ୍ୟାଳୟ ସ୍ତର ରେ ସେ ପୂର୍ବାଞ୍ଚଳ ପାଇଁ ଖେଳି ବହୁତ ପ୍ରଶଂସା ପାଇଥିଲେ। ସେ ଖେଳ ମୁମ୍ବାଇ ରେ ପଶ୍ଚିମାଞ୍ଚଳ ବିରୋଧ ରେ ହୋଇ ଥିଲା। ମଦନ ମହାନ୍ତି ଏହି ଖେଳରେ ଏକଶତ ରନ୍ କରିଥିଲେ। ସେ ମ୍ୟାଚ ଭିନୁ ମଙ୍କଡଙ୍କ ପୁଅ ଅଶୋକ ମଙ୍କଡ ମଧ୍ୟ ଖେଳିଥିଲେ। କିନ୍ତୁ ମଦନଙ୍କ ଖେଳ ସମସ୍ତଙ୍କୁ ଖୁସି କରିଥିଲା ।ଏକ ବର୍ଷ ପୂର୍ବରୁ ସେଠାରେ କୁନ୍ଦରମ୍ ଏକଶତ ରନ୍ କରି ନାଁ କରି ଭାରତ ପାଇଁ ଖେଳିଥିଲେ। ସେହିପରି ଅଶୋକ ମଙ୍କଡ ମଧ୍ୟ ଭାରତ ପାଇଁ ଖେଳି ଥିଲେ। ପ୍ରରସ୍ତରରେ ମଦନ‌ ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢିବା ସମୟରେ ସେ ମହାବିଦ୍ୟାଳୟ ସ୍ତରରେ ମାଚରେ 265ରନ୍ କରି ରେକଡ୍  କରିଥିଲେ। ଏହା ପରେ ସେ ମହାବିଦ୍ୟାଳୟ ସ୍ତରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଖେଳି ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ବିରୋଧରେ ଏକଶତ ରନ୍ କରି ନାଁ କରି ଥିଲେ। ଏହା ସମସ୍ତଙ୍କୁ ଖୁସି କରିଥିଲା। ଧାରଣା ଥିଲା ଯେ ସେ ନିଶ୍ଚୟ ଭାରତ ପାଇଁ ଖେଳିବେ। ସେହିପରି ସେ ଫୁଟଵଲ୍ ଓ ହକିରେ ନାମ କରିଥିଲେ। ଓଡ଼ିଶା ପାଇଁ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ସ୍ତରରେ ଖେଳି ଖ୍ୟାତି ଅର୍ଜନ କରିଥିଲେ।

ଏପରି ଅନେକ ସୁନାମ ଅର୍ଜନ କରିଥିବା ସମୟରେ ଅଳ୍ପ ବୟସରେ ତାଙ୍କର ଦେହ ଖରାପ ହେବା ଯୋଗୁ ଡାକ୍ତର ମାନଙ୍କ ପରାମର୍ଶରେ ସେ ଏକ ବର୍ଷ ଧରି ଖେଳ ଓ ପାଠ ପଡ଼ିବାରୁ ନିବ୍ରୁତ ହେଲେ। ଏହା ଏକ ଭାବରେ ତାଙ୍କର ଭବିଷ୍ୟତ ପରିବର୍ତ୍ତନ କଲା। ସେ ଅନ୍ୟ ଖେଳ ଛାଡ଼ି ଦେଲେ।ପରେ ସେ ଟେନିସ ଖେଳରେ ରେଭେନ୍ସା କଲେଜରେ ଚାମ୍ପିଅନ ହେଲେ। ପରବର୍ତ୍ତୀ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ଯେଉଁ ସମୟରେ ସେ ଜିଲ୍ଲା ପାଳ ହିସାବରେ କାମ କରୁଥିଲେ ସେ ଓଡ଼ିଶା ପ୍ରଦେଶ ପାଈଁ ଖେଳି ରଞ୍ଜିଟ୍ଟ୍ରଫିରେ ଏକଶତ ରନ୍ କରି ନାଁ କରି ଥିଲେ।

ମଦନ ଖେଳରେ ଖାଲି ନାମାର୍ଜନ କରି ନଥିଲେ। ସେ ପାଠରେ ମଧ୍ୟ ଖୁବ ଭଲ ଅଙ୍କ ଆଣୁଥିଲେ। ସେହି ପିଲା ଦିନ ମନେ ରେ ଆନନ୍ଦ ସ୍ରୁଷ୍ଟି କରେ। ସତେ ସେହି ପିଲା ଦିନ ଫେରି ଆସନ୍ତା କି ? 

ଲେଖକ ବିବେକ ପଟ୍ଟନାୟକ ( ଆଈ ଏ ଏସ୍) 



ନିମାଇଁ ବେହେରା ଙ୍କ ରିପୋର୍ଟ, ଈଣ୍ଡିଆନ ନ୍ୟାସନାଳ ନ୍ୟୁଜ ଲାଈଭ। 

No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...