Thursday, 9 December 2021

ଆଜି ନୂଆପଡ଼ା ଜିଲ୍ଲା ରେ ଓବିସି ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା..

17 October 2021 :

ନୂଆପଡ଼ା: ଆଗାମୀ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗକୁ ସଂରକ୍ଷଣରେ ଅବହେଳା ଅଭିଯୋଗରେ ନୂଆପଡ଼ା ଜିଲ୍ଲାରେ୧୨ ଘଣ୍ଟିଆ ରେ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟ ସରକାର ମନମୁଖି କାର୍ଯ୍ୟ ଯୋଗୁଁ ଅସନ୍ତୋଷ ଦେଖା ଦେଇଛି। ଏ ନେଇ ନୂଆପଡ଼ା ଜିଲ୍ଲା ରେ ଆଜି ବନ୍ଦ ଡାକରା  ଦେଈଛନ୍ତି ନୂଆପଡ଼ା ଜିଲ୍ଲା ଓବିସି ମନ୍ଚ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ସୋମବାର ଦିନ ।  ନୂଆପଡ଼ା ୩୫୩ ନଂ ଜାତୀୟ ରାଜପଥ ରେ ଓବିସି ମଞ୍ଚ ପକ୍ଷରୁ ଅବରୋଧ କରାଯାଇଛି। ଏହାରି ପ୍ରଭାବରେ ନୂଆପଡ଼ା ସରକାରୀ, ବେସରକାରୀ ଅଫିସ, କୋର୍ଟ,ବ୍ୟାଙ୍କ ସେବା, ଦୋକାନ ବଜାର, ବନ୍ଦ ରହିଛି। ନୂଆପଡ଼ା ଜିଲ୍ଲାର ସମସ୍ତ ବ୍ଲକ୍ ବନ୍ଦ ରହିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ନିମାଈଁ ବେହେରା ଙ୍କ ରିପୋର୍ଟ |

No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...