ଥିଙ୍କର୍ଷ କ୍ଲବ ର 11 ତମ ଆଭାସି ମଂଚ ପୂର୍ତ୍ତି ଅବସରେ ଆନ୍ତର୍ଜାତୀୟ ଭରଚୁଆଲ ଓ୍ବେବିନାର କାର୍ଯ୍ୟକ୍ରମ ରବିବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଈଛି । ଥିଙ୍କର୍ଷ କ୍ଲବ ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ଭରଚୁଆଲ ଓ୍ବେବିନାର କାର୍ଯ୍ୟକ୍ରମ ରେ ମୁଖ୍ୟ ସମ୍ମାନୀତ ଅତିଥି ବକ୍ତା ଭାବରେ USA ର ଅବସ୍ଥିତ IAS ଅଧିକାରୀ ବିବେକ ପଟ୍ଟନାୟକ, ସମ୍ମାନୀତ ସମୀକ୍ଷକ ବକ୍ତା ଭାବରେ ବିଶିଷ୍ଟ ଜନନେତା ତ୍ରିଲୋଚନ କାନୁନଗୋ, ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା ଯୋଗ ଦେଇ ଭାରତୀୟ ଲୋକ ସଭା ଓ ବିଧାନ ସଭା ର ହଟ୍ଟଗୋଳ ଓ ବିଭିନ୍ନ ସମସ୍ୟା ବିଷୟରେ ଆଲୋକପାତ କରିଥିେଲ। । ଟୁଇନ ସିଟି ତା 20.12 -ଲୋକେ ଯେଭଳି ପ୍ରତିନିଧି ବାଛିବେ ସେପରି କାର୍ଯ୍ୟ କରିବେ । ଦେଶ ବିଦେଶରେ ଲୋକସଭା,ବିଧାନସଭା,ପୌରପାଳିକା, ପଂଚାୟତ ଓ ଜିଲ୍ଲାପରିଷଦ ମାନ ଙ୍କରେ ବିଶୃଙ୍ଖଳା ଆଚରଣ ପାଇଂ କଠୋର ଦଣ୍ଡ ବିଧାନର ବ୍ୟବସ୍ଥା କରାଯିବ ଉଚିତଵୋଲି ଥିଙ୍କର୍ଷ କ୍ଲବର 11 ତମ ଆଭାସି ଆଲୋଚନାରେ ମତ ପ୍ରକାଶ କରିଛନ୍ତି ଆମେରିକାରୁ ବିବେକ ପଟ୍ଟନାୟକ ଆଇ.ଏ.ଏସ । ବିଶିଷ୍ଟ ଜନନେତା ତ୍ରିଲୋଚନ କାନୁନଗୋ ମୁଖ୍ୟବକ୍ତା ଭାବେ ଯୋଗଦେଇ ପବିତ୍ର ଗୃହରେ ହଟ୍ଟଗୋଳ ଲାଗି ରହିବା ଗଣତନ୍ତ୍ର ପ୍ରତି ଅସମ୍ମାନ ବୋଲି କହିଥିଲେ । ବିଶିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ମୂଲ୍ୟବାନ ସମୟ ଓ ଲୋକଙ୍କ ଅର୍ଥ ବରବାଦ ନହେଉ ବୋଲି ପ୍ରକାଶ କରିଥିଲେ । ପ୍ରଫେସର ଵିଷ୍ଣୁ ଚୌଧୁରୀ, କପିଳେଶ୍ୱର ମିଶ୍ର, ଓମାନ ରୁ ବିନୋଦ ଦାସ, ନ୍ୟୁ ଜର୍ସି ଆମେରିକାରୁ ଶୁଭଶ୍ରୀ ଦାସ, ନିମାଇଁ ସ୍ୱାଇଁ, କବି ଅକ୍ଷୟ ମହାନ୍ତି, ସାମ୍ବାଦିକ ସୁବାସ ପାଣିଗ୍ରାହି କହିଲେ ଯେ ଗୀତା ଛୁଇଂ ଲୋକପ୍ରତିନିଧିମାନେ ଶପଥ ପାଠ କରିଥାନ୍ତି । ଆନ୍ତର୍ଜାତୀୟ ଭରଚୁଆଲ ଓ୍ବେବିନାର କାର୍ଯ୍ୟକ୍ରମ ରେ ଶୁଭଶ୍ରୀ ଦାସ , ସାମ୍ବାଦିକ ନିମାଈଁ ବେହେରା, ସମ୍ବଲପୁର ସାମ୍ବାଦିକ ସୁଭାଷ ଚନ୍ଦ୍ର, କସ୍ତୁରୀ ଦାସ ଯୋଗଦେଇ ଥିଲେ।
କାର୍ଯ୍ୟକ୍ରମ ରେ ବିନୋଦ ମହାନ୍ତି, ସୌମିତ୍ରା ମିତ୍ର, ଅକ୍ଷୟ ମହାନ୍ତି ପ୍ରଶ୍ନ ମାନ ପଚାରିଥିଲେ। ଆୟୋଜିତ ଆଭାସି ମଂଚ କୁ ପୂର୍ବତନ ଅତିରିକ୍ତ ନିର୍ଦେଶକ ଲୋକସସମ୍ପର୍କ ତଥା ଥିଙ୍କର୍ଷ କ୍ଲବର ସଭାପତି ବରଦା ଦାସ ଭରଚୁଆଲ ଓ୍ବେବିନାର ର ପ୍ରାରମ୍ଭିକ ସୂଚନା ସହ କାର୍ଯ୍ୟକ୍ରମ ର ସୁସଂଯୋଜନା କରିଥିେଲ।
ନିମାଈଁ ବେହେରା ଙ୍କ ରିପୋର୍ଟ, ଈଣ୍ଡିଆନ ନ୍ୟାସନାଳ ନ୍ୟୁଜ ଲାଈଭ ।
Visit The Video News -
https://youtu.be/p3rklIvqEzY
No comments:
Post a Comment